ମନ୍ଦିରରୁ ମାଇକ୍‌ ଖୋଲିବା ହେଲା କାଳ: ବିଦ୍ୟୁତ୍‌ ତାର ନେଲା ଜୀବନ

ଯାଜପୁର ଅଫିସ୍‌,୧୩।୧୧: ଯାଜପୁର ଜିଲା କୋରାଇ ଥାନା ଶାଳକଣା ଗ୍ରମାରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରରୁ ମାକଇକ୍‌ ସେଟ୍‌ ଖୋଳୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ସେହି ଗାଁର ଅଜୟ କୁମାର ସ୍ବାଇଁଙ୍କ ସାନ ପୁଅ କାଳନ୍ଦୀ ସ୍ବାଇଁ(୨୧)। ସୂଚନାଯୋଗ୍ୟ, କାଳନ୍ଦୀ ଏକ ଟେଣ୍ଟ୍‌ ହାଉସ୍‌ରେ କାମ କରନ୍ତି। ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ୍‌ ସେଟ୍‌ ଲଗାଇଥିଲେ। ପୂଜା ଶେଷ ହେବା ପରେ ସେ ବିଳମ୍ବିତ ରାତିରେ ଯାଇ ଗାଁ ଶିବ ମନ୍ଦିରରୁ ମାଇକ୍‌ ସେଟ୍‌ ଖୋଲୁଥିବା ସମୟରେ ଏହି ଅଘଟଣ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।