Advertisement

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ନ ମାରି ଦିଆଯାଏ ତୋପ ସଲାମୀ…

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ସହିତ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଠାକୁରଙ୍କୁ ମୁଣ୍ଡିଆ ନ ମାରି ତୋପ ସଲାମୀ ଦିଆଯାଇଥାଏ। ମଧ୍ୟପ୍ରଦେଶ ଓର୍ଛାରେ ଥିବା ଶ୍ରୀରାମଙ୍କ ମନ୍ଦିରରେ ଏଭଳି ପରମ୍ପରା ରହିଛି। ଏଠାରେ ରାମଙ୍କୁ ରାଜା ଭାବେ ପୂଜା କରାଯାଏ। ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଡ଼ ଖୋଲିବା ପରେ ପ୍ରଥମେ ଠାକୁରଙ୍କୁ ତୋପ ସଲାମୀ ଦିଆଯାଏ। ଏହାପରେ ଭକ୍ତମାନେ ଠାକୁରଙ୍କୁ ଏଠାରେ ଦର୍ଶନ କରିଥାନ୍ତିି। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ, ରାମଙ୍କୁ ଓର୍ଚ୍ଛା ଭାରି ପସନ୍ଦ। ସେ ଅଯୋଧ୍ୟାରେ ରାତି ବିତାଉଥିବାବେଳେ ସକାଳୁ ଓର୍ଚ୍ଛା ଚାଲିଆସିଥାନ୍ତି। ମନ୍ଦିରରେ ପ୍ରଭୁ ରାମ ରାଜାଙ୍କ ମୂର୍ତ୍ତି ସହିତ ମାତା ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ରହିଛି। ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share