Advertisement
Categories: ଜାତୀୟ

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ଥୁରାୟୁରସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିର ପୂଜକଙ୍କଠାରୁ ଟଙ୍କିକିଆ ମୁଦ୍ରା ସଂଗ୍ରହ ଲାଗି ଠେଲାପେଲାରୁ ଦଳାଚକଟା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ପ୍ରକାଶ ଯେ ଚୈତ୍ରପୂର୍ଣ୍ଣିମାରେ ମନ୍ଦିର ହୁଣ୍ଡିରୁ ବାହାରିଥିବା ମୁଦ୍ରା ପୂଜକଙ୍କଠାରୁ ନେଇ ଘରେ ରଖିଲେ ଧନସମ୍ପତ୍ତି ବଢ଼ିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share