ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି॥ ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି। ମନ୍ଦିରଟି ଏକ ସାଧାରଣ ଘର ପରି। ମନ୍ଦିରଟି ଯମରାଜାଙ୍କ ପାଇଁ ସମର୍ପିତ। ମନ୍ଦିରରେ ଯମରାଜା ରୁହନ୍ତି ବୋଲି ଲୋକେ କୁହନ୍ତି। ମନ୍ଦିର ଭିତରେ ଆଉ ଗୋଟିଏ ବଖରାରେ ରୁହନ୍ତି ଚିତ୍ରଗୁପ୍ତ। କୁହାଯାଏ ଏହି ମନ୍ଦିର ଭିତରେ ୪ଟି ଦ୍ୱାର ଅଛି। ଯମଦୂତମାନେ ଏହି ବାଟ ଦେଇ ପ୍ରେତାତ୍ମାକୁ ନିଜ କର୍ମ ଅନୁସାରେ ସ୍ବର୍ଗ କିମ୍ବା ନର୍କକୁ ନେଇଥାନ୍ତି। ତେବେ ଏପର୍ଯ୍ୟନ୍ତ କେହି ବି’ ଏହି ମନ୍ଦିର ଭିତରକୁ ଯିବାକୁ ସାହସ କରି ନାହାନ୍ତିି। କେବଳ ବାହାରୁ ପ୍ରଣାମ କରି ଚାଲିଯାଇଥାନ୍ତି।

Share