Categories: ଫୁରସତ

ମନ୍ଦିରର ଦେଖାଶୁଣା କରୁଛନ୍ତି ମୁସଲ୍‌ମାନ

ଉତ୍ତରପ୍ରଦେଶର ମୁଜାଫର୍‌ନଗର୍‌ରେ ଥିବା ଲଦ୍ଦେବାଜ୍‌ କ୍ଷେତ୍ରରେ ଗତ ୨୬ ବର୍ଷ ହେବ ମୁସ୍‌ଲିମ୍‌ ପରିବାରମାନେ ଏକତ୍ର ହୋଇ ଗୋଟିଏ ମନ୍ଦିରର ଦେଖାଶୁୂଣା କରୁଛନ୍ତି। ଘଟଣାଟି, ଭାଇଚାରାର ଏକ ନିଆରା ନିଦର୍ଶନ ପ୍ରକଟ କରିଛି। ପ୍ରକୃତରେ ବାବ୍ରି ମସ୍‌ଜିଦ୍‌ ଆକ୍ରମଣ ପରଠୁ ଏହି କ୍ଷେତ୍ରରେ ହିଂସାର ନିଆଁ ଜଳିବାକୁ ଲାଗିଥିଲା। ଏହି କାରଣରୁ ଅଞ୍ଚଳରେ ରହୁଥିବା ୨୦ଟି ହିନ୍ଦୁ ପରିବାର ସ୍ଥାନଛାଡ଼ି ଅନ୍ୟତ୍ର ପଳାଇଥିଲେ। ଏହାପରଠୁ ମନ୍ଦିରର ଦେଖାଶୁୂଣା ଦାୟିତ୍ୱ ଏଠାରେ ବାସ କରୁଥିବା ମୁସ୍‌ଲିମ୍‌ ପରିବାର ବହନ କରିଛନ୍ତି। ମନ୍ଦିରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହ ରଙ୍ଗ ବି ଦେଉଛନ୍ତି। ଚାନ୍ଦା ଏକାଠି କରି ମନ୍ଦିରର ମରାମତି ମଧ୍ୟ କରୁଛନ୍ତି। ସ୍ଥାନୀୟ ନିବାସୀଙ୍କ ମତରେ, ଏଠାରେ ବାସ କରୁଥିବା ହିନ୍ଦୁ ଭାଇମାନଙ୍କୁ ହିଂସା ସମୟରେ ଅଟକାଇବାକୁ ଅନେକ ପ୍ରୟାସ କରାଯାଇଥିଲା। କିନ୍ତୁ ସେମାନେ ଦଙ୍ଗା ଥମିବା ପରେ ଦିନେ ନା ଦିନେ ଫେରିବେ ବୋଲି କଥାଦେଇ ଚାଲିଗଲେ। ସେହିଦିନଠୁ ସେମାନଙ୍କ ଫେରିବା ବାଟକୁ ଚାହିଁ ମନ୍ଦିରର ଦେଖାଶୁଣା କରାଯାଉଛି। ତେବେ ସ୍ଥାନ ଛାଡ଼ିବା ପୂର୍ବରୁ ସମସ୍ତ ହିନ୍ଦୁ ପରିବାର ମନ୍ଦିରରୁ ମୂର୍ତ୍ତିକୁ ସାଥୀରେ ନେଇ ଚାଲିଯାଇଥିଲେ। ହେଲେ ମୁସ୍‌ଲିମ୍‌ ପଡୋଶୀମାନେ ଆଜି ବି ହିନ୍ଦୁଭାଇଙ୍କ ଫେରିବା ବାଟକୁ ବିଶ୍ୱାସର ସହ ଚାହିଁ ରହିଛନ୍ତି।

Share