Categories: ଜାତୀୟ

ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ୫୧ ହଜାରର ଚେକ୍‌ ପ୍ରଦାନ କଲା ଶିହା ଓ୍ବାକଫ୍‌ ବୋର୍ଡ

ଲକ୍ଷ୍ନୌ,୧୪।୧୧: ଅଯୋଦ୍ଧାରେ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ଶିହା ଓ୍ବାକଫ୍‌ ବୋର୍ଡ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଶିହା ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଓ୍ବସୀମ୍‌ ରିଜଓ୍ବୀ ଶ୍ରୀରାମଙ୍କୁ ମୁସଲମାନ୍‌ଙ୍କ ପୂର୍ବଜ ବୋଲି କହିଛନ୍ତି। ରାମମନ୍ଦିର ନିର୍ମାଣକୁ ସେ ସବୁବେଳେ ସମର୍ଥନ କରୁଥିଲେ। ଓ୍ବସୀମ୍‌ ଗୁରୁବାର ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ସାଧୁ-ସନ୍ଥଙ୍କୁ ଭେଟି ମନ୍ଦିର ନିର୍ମାଣ ଉପରେ ଆଲୋଚନା କରିବେ। ସେ ରାମଲଲାଙ୍କୁ ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Share