ନୟାଗଡ଼ ଅଫିସ, ୪।୧୧: ନୟାଗଡ଼ ଜିଲା ଗଣିଆ ବ୍ଲକ ମଣିଚଦ୍ରା କଳାପଟା ମନ୍ଦିର ପରିସରରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗଣିଆ ଥାନା ଛାମୁଣ୍ଡିଆ ଗ୍ରାମର ଗୟାଧର ବାରିକ।
ପ୍ରକାଶ ଯେ, ଭୋର ସମୟରେ କେତେଜଣ ଲୋକ ମନ୍ଦିର ପାର୍ଶ୍ୱଦେଇ ଯାଉଥିବା ବେଳେ ଚଟାଣ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୟାଧରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ଗଣିଆ ଥାନାକୁ ଖବର ଦେଇଥିଲେ। ପପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଗଣିଆ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।