ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ

ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା ସଂଗ୍ରହ ହୋଇଛି। ତେବେ ୪୦ କୋଟି ଟଙ୍କା କମ ପଡ଼ିବାରୁ ଆବଶ୍ୟକ ଟଙ୍କା ମାତ୍ର ୧୭ ମିନିଟରେ ଲୋକେ ଚାନ୍ଦା ଭାବେ ଦେଇଛନ୍ତି। ସ୍ଥାନୀୟ ଜାସପୁରରେ ଅମିୟା ମାତାଙ୍କ ମନ୍ଦିର ନିର୍ମାଣ କରାଯିବ। ଏହା ପୃଥିବୀର ସବୁଠାରୁ ଉଚ୍ଚା ମନ୍ଦିର ହେବ ବୋଲି କୁହାଯାଉଛି। ଏହାର ଉଚ୍ଚତା ୪୩୧ ଫୁଟ ହେବ। ମନ୍ଦିରଟି ୧୦୦ ବିଘା ଜମି ଉପରେ ନିର୍ମିତ ହେବ। ମନ୍ଦିର ମଧ୍ୟରେ ୫୨ ଫୁଟ ଉଚ୍ଚାର ପ୍ରତିମା ପୂଜା ପାଇବେ। ଏଥି ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨ ଦିନିଆ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଶ୍ୱ ଅମିୟା ଫାଉଣ୍ଡେଶନ ପକ୍ଷରୁ ୧୨୫ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖାଯାଇଥିଲା।

Share