ମନ୍ଦିର ବାହାରେ ଭିକ୍ଷା ମାଗୁଥିଲେ କୋଟିପତିଙ୍କ ପୁଅ : ଘରେ ପହଞ୍ଚାଇଲା ସ୍ବେଚ୍ଛାସେବୀ ସଂଗଠନ

ଅମ୍ବାଲା,୧୧।୧: ଫିଲ୍ମ କାହାଣୀ ପରି ହରିୟାଣାରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଅମ୍ବାଲାର ଏକ ମନ୍ଦିର ବାହାରେ ବସି ଭିକ୍ଷା କରୁଥିବା ଜଣେ ବ୍ୟକ୍ତି କୋଟିପତିଙ୍କ ପୁଅ ବୋଲି ଜଣାପଡ଼ିଛି। ଜଣେ କୋଟିପତି ମାନସିକ ଭାରସାମ୍ୟ ହରାଇ ଘରୁ ପଳାଇ ଆସି ମନ୍ଦିର ବାହାରେ ବସି ଭିକ୍ଷା ମାଗୁଥିଲେ। ତେବେ ଗୁରୁବାର ତାଙ୍କର ଗୋଡ଼ରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଗୀତା ଗୋପାଳ ସ୍ବେଚ୍ଛାସେବୀ ସଂସ୍ଥାର କିଛି ସଦସ୍ୟ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପଚରା ଉଚରା ସମୟରେ ତାଙ୍କ ନାମ ଧନଞ୍ଜୟ ଠାକୁର ଏବଂ ସେ ଉତ୍ତରପ୍ରଦେଶ ଆଜମ୍‌ଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଥିଲା। ଧନଞ୍ଜୟ ଏକ ଫୋନ୍‌ ନମ୍ବର ମଧ୍ୟ ସଦସ୍ୟକୁ ଦେଇଥିଲେ। ଫୋନ୍‌ କରିବାରୁ ଜଣାପଡ଼ିଥିଲା ଧନଞ୍ଜୟଙ୍କ ପିତା ରାଧେଶ୍ୟାମ ସିଂ ଜଣେ କୋଟିପତି। ଫୋନ୍‌ ପରେ ଧନଞ୍ଜୟଙ୍କ ଭଉଣୀ ନେହା ସିଂ ତାଙ୍କୁ ନେବା ପାଇଁ ପହଞ୍ଚିଥିଲେ। ଧନଞ୍ଜୟଙ୍କୁ ସ୍ଥାନୀୟ ଲୋକେ ଜଟାଧାରୀ ବୋଲି ଡାକୁଥିଲେ। ସେ ଗତ ୨ ବର୍ଷ ହେଲା ମନ୍ଦିର ବାହାରେ ଗଛତଳେ ରହୁଥିଲେ।

Share