ମନ୍ଦିର ଭାଙ୍ଗା ନୋଟିସ ପ୍ରତିବାଦରେ ଅଷ୍ଟପ୍ରହର ନାମଯଜ୍ଞ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ୱର ସହର ଆଇଟିଆଇ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରର ନାଟମଣ୍ଡପ ଭାଙ୍ଗିବାକୁ ଗତ ୨୩ ତାରିଖ ଜିଲା ପ୍ରଶାସନ ନୋଟିସ କରିଥିଲା। ମଙ୍ଗଳବାର ଏହାକୁ ବିରୋଧ କରି ଲୋକେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛିନ୍ତି। ସ୍ଥାନୀୟ ଲେକେ ସକାଳୁ ମନ୍ଦିର ସମ୍ମୁଖରେ ଅଷ୍ଟପ୍ରହର ନାମଯଜ୍ଞ କରି ପ୍ରଶାସନ ନୋଟିସକୁ ବିରୋଧ କରିଛନ୍ତି। ରାସ୍ତା ସଂପ୍ରସାରଣ ତଥା ଡ୍ରେନ ନିର୍ମାଣ ଲାଗି ମନ୍ଦିର ଭଙ୍ଗା ଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ହୋଇଥିବା ସୂଚନା ମିଳିଛି।