ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା କରିବାକୁ ଲାଗିପଡିଲେ। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରକୁ ଦେଖିବା ପାଇଁ ଭିଡ ମଧ୍ୟ ଜମିଥିଲା। ବନ ବିଭାଗ ଖବର ପାଇ କୁମ୍ଭୀରକୁ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇଦିନ ପୂର୍ବରୁ ମନ୍ଦିରରୁ ଚୋରି ହୋଇଥିଲା। ପରଦିନ ମନ୍ଦିରରେ କୁମ୍ଭୀରକୁ ଦେଖି ଶ୍ରଦ୍ଧାଳୁମାନେ ତା’ ମୁଣ୍ଡରେ ସିନ୍ଦୂର ଟିପା ଲଗାଇ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ। ବନ ବିଭାଗ କୁମ୍ଭୀରକୁ ଉଦ୍ଧାର ପାଇଁ ପହଞ୍ଚିବାରୁ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ।