Categories: ଜାତୀୟ

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର ଓଜନ ରହିଛି ୧.୭୧୬ କିଲୋଗ୍ରାମ। ବୁଧବାର ଶ୍ରମିକମାନେ ଜମ୍ବୁକେଶ୍ୱର ମନ୍ଦିର କାମ ପାଇଁ ଏହା ପରିସରରେ ଥିବା ମାଟି ଖୋଳିବା ସମୟରେ ପ୍ରାୟ ୭ ଫୁଟ ତଳେ ଏକ ତମ୍ବା ପାତ୍ର ମିଳିଥିଲା। ଆଉ ତା’ ମଧ୍ୟରେ ଉକ୍ତ ସ୍ବର୍ଣ୍ଣମୁଦ୍ରା ଗୁଡିକ ଥିବା ଦେଖାଯାଇଥିଲା। ଏଥିରେ ଆରବିକ ଭାଷା ଲେଖାଯାଇଥିବା ବେଳେ ଏହା ୧୦୦୦-୧୨୦୦ ଖ୍ରୀଷ୍ଟାବ୍ଦର ବୋଲି କୁହାଯାଉଛି। ଆନୁମାନିକ ଭାବେ ଏହାର ମୂଲ୍ୟ ୬୮ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପୋଲିସ ଉପସ୍ଥିତରେ ଏହାକୁ ଗଣନା କରାଯାଇ ସଂରକ୍ଷିତ ରଖାଯାଇଛି।

Share