ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ନିରାକାରପୁର, ୨୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରର ତାଲା କାଟି ହୁଣ୍ଡି, ଆଲମାରି ଏବଂ ସାଇ ବାବା ଲଗାଇଥିବା ରୁପାର ମୁକୁଟକୁ ଚୋରିକରି ନେଇଛନ୍ତି। ରାମମନ୍ଦିର ପରିସରରେ ଥିବା ମହାବୀରଙ୍କ ହୁଣ୍ଡିରୁ ସମସ୍ତ ଟଙ୍କା ଚୋରିକରି ନେବା ସହ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଖାଲି ହୁଣ୍ଡି ବାକ୍ସକୁ ପକାଇଦେଇଥିବା ଦେଖିବାକୁ ମିଳିଛି। ସୋମବାର ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ଚୋରି ହୋଇଥିବା ଜାଣି ସ୍ଥାନୀୟ ଲୋକଙ୍କୁ ଡ଼ାକିଥିଲେ। ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

Share