Categories: ଖେଳ

ମନ୍ଧାନାଙ୍କ ଗୋଡ଼ ଆଙ୍ଗୁଠି ଫ୍ରାକ୍‌ଚର

ନୂଆଦିଲ୍ଲୀ,୮।୧୦(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଅଭ୍ୟାସବେଳେ ତାଙ୍କ ଡାହଣ ଗୋଡ଼ର ଆଙ୍ଗୁଠି ଫ୍ରାକ୍‌ଚର ହୋଇଯାଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ପୂଜା ବସ୍‌ତ୍ରକାର ଦଳରେ ଜାଗା ପାଇଛନ୍ତି। ତେବେ ମନ୍ଧାନାଙ୍କୁ କେତେଦିନ ପଡ଼ିଆଠୁ ଦୂରେଇ ରହିବାକୁ ପଡ଼ିବ, ତାହା ଜଣାପଡ଼ିନାହିଁ। ଏଥିନେଇ ଏମ୍‌ଆରଆଇ ଦରକାର। ଏହାପରେ ଫିଜିଓ ଆହତ ସମସ୍ୟାର ସମୀକ୍ଷା କରିବା ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ମୁଖ୍ୟ କୋଚ୍‌ ଡବ୍ଲ୍ୟୁ.ଭି. ରମନ କହିଛନ୍ତି।

Share