ଲାଠୋର, ୧୫ା୪ (ଡି.ଏନ୍.ଏ):
ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍। କିଏ ବୁଧି ବିବେକ ଖଟେ ତ ଆର କିଏ ବାହାଜାଂଗଲ ମାଜି ହାଡ଼ଭଂଗା ପରିଶ୍ରମ କରି ନିଜର କୁଟୁମ ପୁଷୁଛନ୍। ହେଲେ ମୁନୁଷ୍ ମଜବୁତ ମନ୍ବଲ ସଂଗେ କମେଇ ଖାଏବାର ମନ୍ବୁରତି ରଖ୍ଲେ ଆପେ ଆଗ୍କେ ବଢ଼ବାର ବାଟ ଦିସ୍ସି। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାରେ।
ସୂଚନା ଅନ୍ସାରେ ଲାଠୋର ଗଁାର ସ୍ବାର୍ଗତ ନୃପ ହଂସକଁର ତୁରତୀଅ ପୁଓ ଛବି ହଂସ। ତାକର ପରିବାର କହେଲେ ମାଏକିନା, ଚାର ଝି’ ଆର ଦୁଇ ପୁଓକେ ନେଇ ସୁଖର ସଁସାର। ପରିବାରଟା ନିହାତି ଗରିବ୍, ଛବି ଫିଦିନ୍ ପରିଶ୍ରମ କରି ଯାହା କମଉଛନ୍ ସେଥ୍ରେ ଘର ଚଲବାର ସଂଗେ ପିଲାଛୁଆକର ପାଠ୍ପଢ଼ା ଖରଚ୍ ତୁଲଉଛନ୍। ତାକର ସଁପତି, ଜମିବାଡ଼ି ବଲି କିଛି ନାଇଁ, ସରକାରନୁ ପାଇଥିବାର ୩ ଡିସିମିଲ ଜାଗାରେ ଆବାସ ଯୋଜନାରେ ଗୁଟେ ପକାଘର ବନେଇ କୁଟୁମବସିଆ ରହୁଛନ୍। ସେ ଗୁଟେ ଗରିବ୍ ପରିବାରରେ ଜନମ୍ ହେଇଛନ୍, ଗରିବୀର ମାଡ଼ ସହିଛନ୍ ସତ୍। ହେଲେ ସବୁବେଲେ ମଜବୁତ ବନବଲ ନେଇ ଆଗ୍କେ ବଢ଼ିଛନ୍। ସେ ୧୨ ବଛର ବଏସୁ ଲାଠୋରରେ ଗୁଟେ ହୋଟେଲରେ ହପ୍ତାକ ୭ଟଁକା ମଜୁରିରେ କାମ କରୁଥିଲେ। ପଛେ ଅଧ୍କା ଟଁକା ପଏସା କମାବାର ଆଶ୍ରେ ସେ ଘରଛାଡ଼ି ବରଗଡ଼ ଜିଲାରେ ଗୁଟେ ହୋଟେଲରେ ଦିନକ ୨୫ ଟଁକା ମଜୁରିରେ କାମ୍ କଲେ। ସେଠାନେ ସେ ନିଜର ବୁଧି ବିବେକ ଖଟେଇ ହୋଟେଲରେ ସବୁପରକାର ରଁଧାବଢ଼ା, ଜିନିଷପାତି ତିଆରି ସିଖି କାରିଗର ବନିଗଲେ। ସେଠାନୁ ସେ ଛତିଶଗଡ଼ ରାଏଜର ରାୟପୁରରେ ୮ରୁ ୧୦ ବଛର ରହି କାମ୍କଲେ। ହେଲେ ଜନମ୍ ମାଏଟ୍ର ପେମ୍ ତାହାକୁ ଗଁାକେ ଘିଚି ଆନ୍ଲା। ଏହେଦେ ସେ ଲାଠୋରରେ ଗୁଟେ ଠେଲା କରି ଫିଦିନ୍ ସିଂଗ୍ଡ଼ା ବିକୁଛନ୍। ସେଥ୍ରୁ ସେ ଯାହା କମଉଛନ୍ ପରିବାରଟା ଖୁସିରେ ଚଲିଯାଉଛନ୍। ହେଲେ ଏହେଦେ ଛୁଆପିଲା ବଡ଼ ହେବାର ସଂଗେ ଦିନୁଦିନ୍କେ ତାକର ପଢ଼ା ଖରଚ୍ ବଢ଼ତେଲ ଯାଉଛେ। ଯେନ୍ଥିରଲାଗି ସେ ଚିନ୍ତାରେ ରହିଛନ୍। ଏହେଦେ ବଡ଼ ଝି’ ମାଟ୍ରିକ ପାସ କରିଥିଲାବେଲେ ସାନପୁଓ ଚଲତି ବଛର ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଛନ୍। ସେନ୍ତା ବାକି ଛୁଆପିଲା ହାଇସ୍କୁଲରେ ପଢ଼ୁଛନ୍। ଯଦି କେହେନ୍ସି ସରକାରୀ ଯୋଜନାରେ ମୋତେ ଗୁଟେ ଲୋନ ମିଲତା ଦୁକାନ ବଢ଼େଇ ପାରତି। ଦୁଇ ପଏସା ଅଧ୍କା ରୁଜଗାର କରି ଛୁଆପିଲାକୁ ପଢ଼େଇ ମୁନୁଷ କରିପାରତି ବଲି ଛବି କହିଛନ୍। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍ଟି ଦେଇ ଛବିକୁଁ କେହେନସି ସରକାରୀ ଯୋଜନାରେ ସାମିଲ କରି ଆର୍ଥିକ ସାହାଯ୍ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।