Categories: ଜାତୀୟ

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦେଶବାସୀଙ୍କ ମତାମତ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଦିନ ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଏଥିପାଇଁ ନିଶୁଳ୍କ ନମ୍ବର ୧୮୦୦-୧୧-୭୮୦୦କୁ କଲ୍‌ କରି ଲୋକେ ନିଜର ମତାମତ ଦେଇପାରିବେ। ସେହିପରି ନମୋ ଆପ୍‌ ତଥା ମାଇଁ ଗଭ୍‌ ଓପନ ଫୋରମ୍‌ର ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share