Categories: ଜାତୀୟ

ମନ୍‌ କି ବାତ: କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଲୋକ ଲଢେଇ କରୁଛନ୍ତି ଓ ସରକାର ଜନତାଙ୍କ ସହଯୋଗ ପାଇ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏବେ ‘ଦୋ ଗଜ ଜମିନ ବହୁତ ଜରୁରୀ’ ଅର୍ଥାତ୍‌ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ସଂକ୍ରମିତ ହେଉଛି ଏହି ସମୟରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂତତ୍ୱ ଗୁରୁତ୍ୱ ବହନ କରେ। ଯେବେ ଭବିଷ୍ୟତରେ କେବେ କରୋନାକୁ ନେଇ ଚର୍ଚ୍ଚା ହେବ ତେବେ ଭାରତୀୟଙ୍କ ନାଁ ନିଶ୍ଚିତ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ରମଜାନ ପୂର୍ବରୁ ଏମିତି ପ୍ରାର୍ଥନା କରାଯାଉ ଯେମିତି ଇଦ୍‌ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯାଉ। ମାର୍ଚ୍ଚ ୨୯ ପରେ ଏବେ ପୁଣିଥରେ ମୋଦିଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ ସେ କରୋନାକୁ ନେଇ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି।

Share