ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ ପ୍ଲେଟ ଖାଇଲେ ପେଟ ପୂରିଯାଏ। ଆଳୁଦମ ଦହିବରା ସାଙ୍ଗକୁ ଦହି ପାଣିର ସ୍ବାଦ କହିଲେ ନ ସରେ। ଏହିଭଳି ଜଣେ ଦହିବରା ବେପାରି କେନ୍ଦୁଝର ସହରରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏତେ ସୁଆଦିଆ ତାଙ୍କ ଦହିବରା ଲୋକଙ୍କ ମନକୁ କିଣିଥାଏ ବୋଲି କେତେକ ଗ୍ରାହକ ପ୍ରକାଶ କରିଛନ୍ତି।
ତାଙ୍କ ନାମ ବସନ୍ତ ସାହୁ। ବାପାଙ୍କ ନାମ ସୁଦର୍ଶନ ସାହୁ। ତାଙ୍କ ଡାକ ନାମ ବାବୁଲି। ବାବୁଲି ନାମରେ ସେ ବେଶ ପରିଚିତ। ସକାଳ ୭ଟା ବାଜିଲେ ଜୁଡିସିଆଲ କୋର୍ଟ ସମ୍ମୁଖରେ ଏକ ଛତା ଲାଗେ ତା’ତଳେ ଏକ ଲୁନା ଆସି ଠିଆ ହୁଏ। ଆରମ୍ଭ ହୋଇଯାଏ ବାବୁଲିଙ୍କ ଦହିବରା ଆଳୁଦମ ବିକ୍ରି। ସେ ୧୧ବର୍ଷ ପୂର୍ବେ ସୁଦୁର ଚର୍ଚ୍ଚିକା ବାଙ୍କି ଅଞ୍ଚଳର କେନ୍ଦୁପଲ୍ଲୀ ଗ୍ରାମରୁ ଆସି କେନ୍ଦୁଝର ନରଣପୁରରେ ପରିବାର ସହ ରହି ଦହିବରା ଆଳୁଦମ ବେପାର କରୁଛନ୍ତି। ଘରେ ତାଙ୍କ ସହଧର୍ମିଣୀ ପ୍ରତିମା ଦହିବରା, ଆଳୁଦମ ଓ ଘୁଗୁନି ପ୍ରଭୃତି ପ୍ରସ୍ତୁତିରେ ସାହାଯ୍ୟ କରନ୍ତି। ତାଙ୍କର ୨ ପୁଅ ସ୍କୁଲରେ ପାଠ ପଢୁଛନ୍ତି। ଦହିବରା ଆଳୁଦମ ବିକ୍ରି କରି ବେଶ ଭଲ ରୋଜଗାର କରି ପରିବାର ଚଳାଉଥିବା ବାବୁଲି ପ୍ରକାଶ କରିଛନ୍ତି। ସକାଳ ୭ଟାରୁ ବିକ୍ରି ଆରମ୍ଭ କରି ୧୦ ଘଟିକା ମଧ୍ୟରେ ସବୁ ସରିଗଲା ପରେ ଘରକୁ ଫେରି ପୁଣି ତା’ ପରଦିନ ପାଇଁ ପ୍ରସ୍ତୁତ ହୁଅନ୍ତି। ବହୁତ ଯୁବକ ଓ ଛାତ୍ର ତାଙ୍କର ନିୟମିତ ଗରାଖ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କଠାରୁ ଦହିବରା ଆଳୁଦମ ଖାଉଥିବା ଜଣେ ଗ୍ରାହକଙ୍କୁ ଏହାର ସ୍ବାଦ ବାବଦରେ ପଚାରିବାରୁ ଦହିବରା ଓ ଆଳୁଦମର ସ୍ବାଦ ଅନ୍ୟ ବ୍ୟବସାୟୀଙ୍କଠାରୁ ନିଶ୍ଚିତ ଭାବରେ ଭିନ୍ନ ଓ ନିଆରା ବୋଲି କହିଥିବାବେଳେ ସବୁଠାରୁ ବଡ କଥା ହେଲା ବାବୁଲିଙ୍କର ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସେମାନଙ୍କୁ ଆକୃଷ୍ଟ କରିଥାଏ।

(ଦୀପକ ମିଶ୍ର)


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି

ପାଟଣା,୧୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସାରସକେଲା ପଞ୍ଚାୟତ ତୁଳସୀପୁରଠାରେ ପାଟଣା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏକ ସୁରମ୍ୟ ଜଙ୍ଗଲ ପରି ବେଷ୍ଟିତ ଅଞ୍ଚଳରେ...

ପାଟଣା ବିଧାୟକ ଅଖିଳ ନାଏକ ଖେଳିଲେ ହୋଲି: କାମନା କଲେ ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି

ପାଟଣା ୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଛି। ଦିନ ୧୨ଟା ପର୍ଯ୍ୟନ୍ତ...

ଶୁଦ୍ଧିକ୍ରିୟା ପାଇଁ ଯାଉଥିବାବେଳେ ଆଖିବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ : ମା’,ବାପା ପୁଅ ମୃତ

କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ...

ଭକ୍ତିମୟ ପରିବେଶରେ ମେଳଣ ପଡ଼ିଆ, ବିମାନରେ ବସିଲେ ଦୋଳଗୋବିନ୍ଦ

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ...

ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୧୪l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସମବାୟ ସମିତି ଲିମିଟେଡ଼(ଆବେଦନକାରୀ)ତରଫରୁ ଦାୟର ହୋଇଥିବା ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି...

ଜାତୀୟ ରାଜପଥରେ ଜଳିଗଲା ଟ୍ରକ

ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍‌ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image