Categories: ଜାତୀୟ

ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର

କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ ଦେଇଛନ୍ତି। ଧିରେ ଧିରେ ଏହି ଆନ୍ଦେଳନ ତୀବ୍ର ହେବାକୁ ଲାଗିଥିବାବେଳେ ଶୁକ୍ରବାର କୋଲକତା ହାଇକୋର୍ଟ ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର ବୋଲି ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହେବାକୁ ନେଇ ଜୁନିୟର ଡାକ୍ତରମାନଙ୍କୁ ହସ୍ପିଟାଲ ମଧ୍ୟରେ ମାଡ ମରାଯାଇଥିଲା। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରୁଛନ୍ତି।

Share