Categories: ଜାତୀୟ

‘ମମତାଙ୍କ ଡାହାଣୀ ପ୍ରକୃତି’

ବାଲିଆ,୧୫ା୧: ଉତ୍ତରପ୍ରଦେଶସ୍ଥିତ ବାଲିଆ ବିଧାୟକ ସୁରେନ୍ଦ୍ର ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାହାଣୀ ସହ ତୁଳନା କରି ପୁଣି ବିବାଦୀୟ ହୋଇଛନ୍ତି। ସୁରେନ୍ଦ୍ର କହିଛନ୍ତି, ଏକ ଗଣତାନ୍ତ୍ରିକ ସମାଜରେ ମମତାଙ୍କର ଡାହାଣୀ ଭଳି ଗୁଣ ରହିଛି। ତାଙ୍କଠାରେ କୌଣସି ମାନବିକ ଗୁଣ ବା ମହିଳାଙ୍କ ଭଳି ପ୍ରକୃତି ନାହିଁ। ସେ ହେଉଛନ୍ତି ଡାହାଣୀମାନଙ୍କ ମୁଖ୍ୟ। ହଜାର ହଜାର ହିନ୍ଦୁଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ମମତା ସୁରକ୍ଷା ଦେଉଛନ୍ତି ବୋଲି ସୁରେନ୍ଦ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଲକାତାରେ ସିଏଏକୁ ନେଇ ଭାଷଣ ଦେଇଥିବାବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ସୁରେନ୍ଦ୍ର ଏପରି ବକ୍ତବ୍ୟ ରଖିଛନ୍ତି।

Share