Categories: ଜାତୀୟ

ମମତାଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗ

କୋଲକାତା, ୩ା୧୧(ପି.ଟି.): କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଆକ୍ରମଣ କରିଛନ୍ତି। ସେ ଶନିବାର ଅଭିଯୋଗ କରି କହିଛନ୍ତି ଯେ, ମୋଦି ସରକାର ମୋ ଫୋନ୍‌ ଟ୍ୟାପିଙ୍ଗ୍‌ କରୁଛନ୍ତି। ଏହା ଏକ ଗୁରୁତର ଘଟଣା। ମୋଦି ସରକାର ଇସ୍ରାଏଲ ଫାର୍ମ ଏନ୍‌ଏସ୍‌ଓ ଗ୍ରୁପକୁ ଲଗାଇ ବିଭିନ୍ନ ରାଜନେତା, ମିଡିଆ କର୍ମୀ, ସାମାଜିକ କର୍ମୀ, ଓକିଲ, ଏମିତିକି ବିଚାରପତି, ଆଇଏଏସ୍‌-ଆଇପିଏସ୍‌ଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଛନ୍ତି। ଏହି ସୂଚନା ସମ୍ପୂର୍ଣ୍ଣ ସତ୍ୟ ବୋଲି ଦିଦି କହିଛନ୍ତି। ଇସ୍ରାଏଲ ଏନ୍‌ଏସ୍‌ଓ ଭାରତ ସରକାରଙ୍କୁ ଏଭଳି ସଫ୍ଟଓ୍ବେର ଯୋଗାଇଥିବାବେଳେ ବିଭିନ୍ନ ସଂସ୍ଥା ଏହାକୁ ବ୍ୟବହାର କରୁଛନ୍ତି। ଇସ୍ରାଏଲୀ ସ୍ପାଏଓ୍ବେର ପେଗାସସ୍‌ ଏସବୁରେ ସରକାରଙ୍କୁ ସହାୟତା କରୁଥିବା ମମତା ଅଭିଯୋଗ କରିଛନ୍ତି।

Share