ମମତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ: ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏପରି ସଙ୍କଟ ସମୟରେ ପଶ୍ଚିମବଙ୍ଗ ସହ ଓଡ଼ିଶାର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ଏଥିସହ ପଶ୍ଚିମବଙ୍ଗରେ ଅମ୍ଫନ୍‌ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଃସ୍ଥିତି ସମୟରେ ପଶ୍ଚିମବଙ୍ଗକୁ ଯଥାସମ୍ଭବ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକବଳ ଏବଂ ସାମଗ୍ରୀ ଦୃଷ୍ଟିରୁ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share