Posted inଫୁରସତ

ମମତାମୟୀ ଏଲିଜାବେଥ

ଚେଷ୍ଟାକରି କେହି କାହାକୁ ସ୍ନେହ କିମ୍ବା ମମତା ଦେଇପାରେନା। ତାହା ସ୍ବତଃପ୍ରବୃତ୍ତ ଭାବରେ ହୃଦୟରୁ ହିଁ ଝରିଥାଏ। ସେମିତି ଜଣେ ମହିଳା ହେଉଛନ୍ତି ଏଲିଜାବେଥ ଲୟର୍ଡ଼। ସେ ଅନ୍ୟମାନଙ୍କ ପାଇଁ ସ୍ନେହର ଭଣ୍ଡାର। ବିଶେଷକରି ଦେଶକୁ ସୀମାନ୍ତରେ ଅହରହ ଜଗି ରହିଥିବା ସୈନ୍ୟଙ୍କ ପାଇଁ ସେ ଜଣେ ମମତାମୟୀ ମା’। ସେ ସବୁସମୟରେ ସୈନ୍ୟମାନଙ୍କୁ ଭେଟନ୍ତି। ଆଉ ସେମାନଙ୍କୁ ଆଲିଙ୍ଗନ କରି ସ୍ନେହ ଅଜାଡ଼ି ଦେଇଥାନ୍ତି। ବିଗତ ଏକ ଦଶନ୍ଧୀ ଧରି ସେ ଏହି କାମ କରି ଆସୁଛନ୍ତି। ଦିନେ ଏକ ଆର୍ମି ବାରାକ୍‌କୁ ବୁଲି ଯାଇଥିଲେ ସେ। ସେଠାରେ ଜଣେ ସୈନ୍ୟଙ୍କୁ ଆଲିଙ୍ଗନ କରିଥିଲେ। ପରେ ଜାଣିଲେ ଯେ, ସେହି ସୈନ୍ୟଜଣକ ଯୁଦ୍ଧକୁ ଯାଉଛନ୍ତି। ତାଙ୍କର ମମତା ତାଙ୍କୁ ଉତ୍ସାହିତ କରିଛି। ବାସ୍‌, ଏହାପରେ ସେ ଏହାକୁ ଏକ ମିଶନ ବୋଲି ଧରିନେଲେ। ଏବେ ସେ ହେଉଛନ୍ତି ସୈନ୍ୟମାନଙ୍କ ପାଇଁ ମମତାମୟୀ ମା’। ଏଥିପାଇଁ ତାଙ୍କୁ ବହୁ ସମ୍ମାନ ଓ ସ୍ବୀକୃତି ମିଳିଛି। ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାତ୍ର ଏଲିଜାବେଥ୍‌ କହନ୍ତି, ସୈନ୍ୟମାନଙ୍କୁ ଆଲିଙ୍ଗନ କରି ସେମାନଙ୍କୁ ମା’ର ସ୍ନେହ ଦେବା ହେଉଛି ତାଙ୍କ ପାଇଁ ସବୁଠୁ ବଡ଼ ଆନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri