ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ, ଆଉ ଗୋଟିଏ ପଟେ ନିଚ୍ଛକ ମମତା। କହିଲେ ଦେଖି କେଡ଼େ ବିଚିତ୍ର ଏଇ ସମୀକରଣ। ଆକାଶର ଖରା ତାକୁ ବାଧେନି। ତତଲା ମାଟିରେ ପାଦ ଫୋଟକା ହେଲେ ବି ସହିଯାଏ ସେ। ସବୁ ସେଇ କଅଁଳା ଛୁଆଟି ପାଇଁ। ଅନ୍ତଫାଡ଼ି ଜନ୍ମ ଦେଇଛି ପରା। ତାକୁ ବା ଘରେ ଛାଡ଼ି ଆସନ୍ତା କେମିତି କହିଲେ। ଏ ଚିତ୍ର ହେଉଛି ରତ୍ନଗର୍ଭା କେନ୍ଦୁଝର ଜିଲାର।
ମା’ ଓ ଶିଶୁର ଯତ୍ନ ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିବା ସହ ଯୋଜନା କରିଛନ୍ତି। କିନ୍ତୁ ସେସବୁ କେତେ କାମରେ ଲାଗୁଛି ତାହା ସମସ୍ତଙ୍କୁ ଜଣା ା କେନ୍ଦୁଝର ସହରକୁ ପାହାଡ ଅଞ୍ଚଳରୁ ବହୁ ଆଦିବାସୀ ମହିଳା ସେମାନଙ୍କ ସଂଗୃହୀତ ବନଜାତ ଦ୍ରବ୍ୟ ଓ ସାମଗ୍ରୀ ଆଣି ବିକ୍ରିବଟା କରିଥାନ୍ତି। ଘରେ କେହି ନ ଥିବାରୁ ଏବଂ ଶିଶୁର ଯତ୍ନ ନେବା ପାଇଁ କେହି ନ ଥିବାରୁ ମା’ ଶିଶୁ ଟିକୁ ଧରି ବଜାରକୁ ଧାଇଁ ଆସିଥାଏ ା ସାମଗ୍ରୀ ବିକିଲେ ଦୁଇ ପଇସା ପାଇବ। ରାସ୍ତା କଡରେ ଖରାରେ ଧୂଳିଧୂଆଁ ପରିବେଶରେ ମା’ଟି ଶିଶୁ ଟିକୁ ଧରି ଗ୍ରାହକକୁ ଅପେକ୍ଷା କରିବା ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଥାଏ। କେନ୍ଦୁଝର ସହରରେ ଆଶ୍ରୟସ୍ଥଳୀ ବା କ୍ରେଚ ନ ଥିବାରୁ ଶିଶୁଟିକୁ କିଛି ସମୟ ଛାଇରେ ଆଶ୍ରୟ ଦେଇ ନ ପାରି ଖରାରେ ଶୁଆଇ ଗ୍ରାହକ ଅପେକ୍ଷାରେ ଥାଏ।
କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏଭଳି ଚିତ୍ର ଦୈନିକ ଦେଖିବାକୁ ମିଳେ। କିନ୍ତୁ ଏଥିପାଇଁ ପ୍ରଶାସନିକ ସ୍ତରରେ କିମ୍ବା ସାମାଜିକ ସ୍ତରରେ କାହାରି ଆନ୍ତରିକତା ଥିବା ମନେ ହୁଏ ନାହିଁ। ମୁଣ୍ଡରେ ବୋଝ ଓ କାଖରେ କଅଁଳା ଶିଶୁକୁ ଦେଖିଲେ ମା’ର ଅସହାୟତା ବେଶ ଜଣାପଡେ। ସ୍ନେହ ଆଦରର ଶିଶୁକୁ ଏକୁଟିଆ ଘରେ ଛାଡି ପାରୁନଥିବା ମାଟି ରାସ୍ତା କଡରେ ଶିଶୁକୁ ଖାଦ୍ୟ ଦେଇଥାଏ। ମୁଣ୍ଡରେ କାଠର ବୋଝ ଧରି ପାହାଡରୁ ୧୦/୧୨ କି.ମି. ଚାଲି ଚାଲି ଆସନ୍ତି। କାଖରେ ଗାମୁଛାରେ ବନ୍ଧା ହୋଇଥାଏ ତାହାର ଅମୂଲ୍ୟ ସନ୍ତାନ। ଖରା ବର୍ଷା ହେଲେ ପଣତକାନୀକୁ ଘୋଡାଇଦେଇଥାଏ। ବଜାରରେ କାଠ ବିକିଲେ ଦାନ୍ତ ଘସି ଟିକେ କଣ ଖାଇଥାନ୍ତି। ଛୁଆକୁ ଖାଇବାକୁ ଦେଇ ଘରକୁ ଫେରିଥାଏ। ଏଣୁ ସେମାନଙ୍କ ପାଇଁ ଜିଲା ମୁଖ୍ୟାଳୟରେ ଆଶ୍ରୟ ଘର ଓ ଶିଶୁ ମାନଙ୍କ ପାଇଁ କ୍ରେଚ ନିର୍ମାଣ କରାଗଲେ ସେମାନେ ବହୁ ଉପକୃତ ହୋଇ ପାରନ୍ତେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri