ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ ସୀମାରେ ପହଞ୍ଚିଛି। ରବିବାର ଦିଲ୍ଲୀର ଭାଜପା ନେତା ପ୍ରବୀଣ ଶଙ୍କର କପୁର କହିଛନ୍ତି ମମତା ବାନାର୍ଜୀ ଓ ତାଙ୍କ ଦଳ ତ୍ରୁଣମୂଳ କଂଗ୍ରେସ ରାମ ନାମ ଜପ କଲେ ସେମାନଙ୍କ ଉପରେ ଥିବା ଖରାପ ଶକ୍ତିର ପ୍ରଭାବ ଆପଣାଛାଏଁ ଦୂରେଇ ଯିବ। ସେ ଆହୁରି ମଧ୍ୟ କହିଛନ୍ତି ଦିଦିଙ୍କ ଉପରେ ଏବେ ଏତେ ପରିମାଣରେ ଖରାପ ଶକ୍ତିର ପ୍ରଭାବ ରହିଛି ଯେ ତାଙ୍କ ସାମ୍ନାରେ ରାମ ନାମ ନେଲେ ସେ ଖୁବ୍ ଜୋରରେ ପାଟି କରୁଛନ୍ତି।