Categories: ଜାତୀୟ

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀ ଓ ରାହୁଲ ବାବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ରେ ଏମିତି କିଛି ଦେଖାନ୍ତୁ ଯାହା କୌଣସି ନାଗରିକର ନାଗରିକତ୍ୱ ଛଡାଇ ନେବ। ଶାହା କହିଛନ୍ତି ଭାରତ ଉପରେ ଯେତିକି ଅଧିକାର ମୋର ଓ ଆପଣମାନଙ୍କର ରହିଛି ସେତିକି ଅଧିକାର ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୁଦ୍ଧିଷ୍ଟ, ଖ୍ରୀଷ୍ଟିୟାନ୍‌ ଶରଣାର୍ଥୀଙ୍କର ରହିଛି। ଆହୁରି ମଧ୍ୟ ସେ କଂଗ୍ରେସ ନେତା କପିଲ ଶିବଲଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସର ଓକିଲ କପିଲ ଭାଇ ଯେତେ ଶକ୍ତି ଅଛି ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତୁ। ହେଲେ ୪ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ।

Share