ମମତା-ରାହୁଲଙ୍କ ମଜା ଉଡ଼ାଇଲେ ଅନୁରାଗ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଫିଲ୍ମ ବ୍ୟତୀତ ନିଜର ବୁଦ୍ଧି ବିବେକ ଖଟାଇବା ଦିଗରେ ବଲିଉଡ୍‌ରେ ବେଶ୍‌ ଜଣାଶୁଣା। ଏବେ ତାଙ୍କ ଟାର୍ଗେଟରେ ରାଜନେତାମାନେ ରହିଛନ୍ତି। ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପାକୁ ବହୁମତ ମିଳିଥିବାରୁ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଟୁଇଟ୍‌ କରି ମମତା ବାନାର୍ଜୀ ଏବଂ ରାହୁଲ ଗାନ୍ଧୀଙ୍କ ମଜା ଉଡ଼ାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ‘ ମମତା ଦିଦି ଇସ୍ତଫାପତ୍ର ଦେବାକୁ ଚାହୁଁଥିଲେ, ମାତ୍ର ତାଙ୍କ ଦଳ ଏହି ଇସ୍ତଫାପତ୍ର ଗ୍ରହଣ କରିବାକୁ ମନା କରିଦେଲା। ରାହୁଲ ବି ଇସ୍ତଫା ଦେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଦଳ ଅନୁମତି ଦେଇ ନ ଥିଲା। ଏହି ସମୟରେ ମୁଁ ବୋକା ହେବାକୁ ଚାହୁଁଛି କିନ୍ତୁ ମୋ’ ବିବେକ ଏହା କରିବାକୁ ମନା କରୁଛି। ଅନୁରାଗ ସିନା ଏମିତି ଟୁଇଟ୍‌ କରି ମମତା ଏବଂ ରାହୁଲଙ୍କ ମଜାକ ଉଡ଼ାଇଲେ କିନ୍ତୁ ଅନୁରାଗଙ୍କ ଏହି ପୋଷ୍ଟ ପରେ କିଛି ୟୁଜର୍ସ ଏହାକୁ ସମର୍ଥନ କରିଥିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି।

Share