Categories: ଜାତୀୟ

ମମତା ହିରଣ୍ୟକଶ୍ୟପଙ୍କ ବଂଶଜ: ସାକ୍ଷୀ ମହାରାଜ

ହରିଦ୍ୱାର, ୨।୬: ଉତ୍ତର ପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତ୍ରେତୟା ଯୁଗର ରାକ୍ଷାସ ହିରଣ୍ୟକଶ୍ୟପଙ୍କ ବଂଶଜ ବୋଲି କହିଛନ୍ତି। ଗତକିଛିଦିନ ହେବ ଭାଜପା ଏବଂ ଟିଏମସି ନେତାଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଚରମସୀମାରେ ପହଞ୍ଚିଛି। ଏହି ସମୟରେ ସାକ୍ଷୀଙ୍କ ଏହି ବୟାନକୁ ରାଜନୀତି ସରଗରମ ହୋଇଛି। ସାକ୍ଷୀ କହିଛନ୍ତି, ପଶ୍ଚିମବଙ୍ଗ କଥା ଉଠିଲେ ତ୍ରେତୟା ଯୁକ କଥା ମନେପଡୁଛି। ସେତେବେଳେ ହିରଣ୍ୟକଶ୍ୟପ ନାମରେ ଏକ ରାକ୍ଷସ ରାଜ ଥିଲେ। ତାଙ୍କ ପୁଅ ଦିନେ ଜୟ ଶ୍ରୀରାମ କହିବାରୁ ତାଙ୍କୁ ଜେଲରେ ଭର୍ତ୍ତି କରିଦେଇଥିଲେ ହିରଣ୍ୟକଶ୍ୟପ। ଏବେ ପଶ୍ଚିମବଙ୍ଗରେ ସେଭଳି ପରିସ୍ଥିତି ଉପୁଜିଛି। ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ସେଠାରେ ଦଣ୍ଡ ଦିଆଯାଉଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜୟ ଶ୍ରୀରାମ କହୁଥିବା କିଛି ଲୋକଙ୍କ ମମତା ଖୁବ୍‌ ଜୋରରେ ଗାଳି ଦେବା ସହ ଧମକ ଦେଇଥିଲେ।

Share