ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ ଶୁଣାଣି ଆବେଦନର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଜରୁରୀ ଶୁଣାଣିଯୋଗ୍ୟ ମାମଲା ତାଲିକାରେ ସ୍ଥାନ ପାଇ ନ ଥିବା ଆଇନଜୀବୀ କହିବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିବାବେଳେ ଏହାକୁ ଜେ. ଲକ୍ଷ୍ମଣ ରାଓ ପାଟିଲ ଏବଂ ଆଇନଜୀବୀ ସଞ୍ଜୀତ୍ ଶୁକ୍ଳା ଚ୍ୟାଲେଞ୍ଜ କରିଥିଲେ।