ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚାଇନା ୨୦୦୭ରେ ପାକିସ୍ତାନକୁ ଜେଏଫ-୧୭ର ପ୍ରଥମ ବ୍ୟାଚ ପ୍ରଦାନ କରିଥିଲା। ସେବେଠାରୁ ପାକିସ୍ତାନ ବାୟୁସେନା ଏଫ-୧୭ ଯୁଦ୍ଧ ବିମାନକୁ ବ୍ୟବହାର କରିଆସୁଛି। ପ୍ରାୟ ଏକ ଦଶନ୍ଧି ପରେ ଚାଇନା ଜେଏଫ-୧୭ରେ ଆବଶ୍ୟକ ମରାମତି ଓ ଅପଗ୍ରେଡେସନ କାର୍ଯ୍ୟ କରିଛି। ୨୦୧୭ ନଭେମ୍ବରରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ୨୦୧୬ରେ ଏକ ଚୁକ୍ତି ହୋଇଥିଲା। ଏଫ-୧୭ ଏକ ବହୁମୁଖୀ ଯୁଦ୍ଧ ବିମାନ। ମରାମତି ଓ ଅପଗ୍ରେଡେସନ ପରେ ଏହା ଅଧିକ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଏହି ବିମାନ ସାମିଲ ହେବା ପରେ ପାକିସ୍ତାନ ବାୟୁସେନା ଅଧିକ ମଜଭୁତ ହେବ ବୋଲି ଚର୍ଚ୍ଚା ହେଉଛି।

Share