Categories: ଜାତୀୟ

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ମରାମତି ହେଉଥିବା ଏକ ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବିମାନଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆ କିପରି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏୟାର ଇଣ୍ଡିଆର ବି-୭୭୭-୨୦୦-ଏଲ୍‌ଆର୍‌ ବୋଇଙ୍ଗ୍‌ ଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍ସିସ୍‌କୋ ଯିବାର ଥିଲା। କେତେକ ସାଧାରଣ ତ୍ରୁଟି ଥିବାରୁ ଏହାର ପଛଭାଗର ମରାମତି କାର୍ଯ୍ୟ ହେଉଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share