Categories: ଜାତୀୟ

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା, ବରଂ ରହିଛି ନୂଆ ସମ୍ଭାବନା। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ହୋଇଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଇସ୍ରୋ ଖୋଜିବ। ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲେ ମଧ୍ୟ ଇସ୍ରୋର ମହାକାଶ ବିଜ୍ଞାନୀ ଏହାର ଅବସ୍ଥିତି ସମ୍ପର୍କରେ ଜାଣିବାକୁ ପ୍ରୟାସ କରିବେ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଇସ୍ରୋର ଗଗନୟାନ ସମେତ ଅନ୍ୟ ସମସ୍ତ ମିଶନ ନିର୍ଦ୍ଧାରିତ ସମୟରେ କରାଯିବ ବୋଲି ଶିବନ କହିଛନ୍ତି।

Share