Categories: ଫୁରସତ

ମରିସସ୍‌ରେ ଥିବା ସୁଉଚ୍ଚ ଦୁର୍ଗା ମୁର୍ତ୍ତି, ଉଚ୍ଚତା ୧୦୮ ଫୁଟ

ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି। କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ମୂର୍ତ୍ତି ନିଜର ଉଚ୍ଚତା ଲାଗି। ଭାରତ ଏକ ହିନ୍ଦୁପ୍ରଧାନ ଦେଶ ହୋଇଥିବା ଯୋଗୁଁ ଏଠାରେ ବିଭିନ୍ନ ଦେବଦେବୀଙ୍କ ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତିମାନ ଦେଖିବାକୁ ମିଳେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ପୃଥିବୀର ସର୍ବବୃହତ୍‌ ଦୁର୍ଗାଙ୍କ ପ୍ରତିମୁର୍ତ୍ତି ରହିଛି ମରିସସ୍‌ରେ। ଗ୍ରାଣ୍ଡ ବେସିନ୍‌ ଠାରେ ଅବସ୍ଥିତ ଏହି ସୁଉଚ୍ଚ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୧୦୮ ଫୁଟ। ସମୁଦ୍ର ପତ୍ତନଠାରୁ ୫୫୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ମୂର୍ତ୍ତି ଲୁହା ଏବଂ କଂକ୍ରିଟରେ ନିର୍ମିତ।

Share