ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି। ଇମ୍ରାନ୍‌ ସରକାରଙ୍କ କହିବା କଥା ହେଲା ଯେଉଁମାନେ ଆର୍ଥିକ ଅପରାଧ ବା ଭଷ୍ଟ୍ରାଚାର ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବିଦେଶ ଯିବାକୁ ଅନୁମତି ମିଳିବ ନାହିଁ। ସୂଚନାଯୋଗ୍ୟ, ମରିୟମ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ହୋଇଥିବା ବେଳେ ତାଙ୍କ ନାଁ ୨୦୨୮ରେ ନୋ-ଫ୍ଲାଇଙ୍ଗ ଲିଷ୍ଟରେ ରଖାଯାଇଥିଲା।

Share