ଔରଙ୍ଗାବାଦ୍,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର ମିଳିତ ସହଯୋଗରେ ଆରିତ ସ୍ବେଚ୍ଛାସେବର ସଂଗଠନ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବା ସହିତ ଗାଈଗୋରୁଙ୍କୁ ଦାନା ଦିଆଯାଉଛି। ଗାଈଗୋରୁଙ୍କ ପାଇଁ ଚାରା ଛାଉଣୀ ଶିବିର ସ୍ଥାପିତ ହୋଇଛି। ଏଠାରେ ସେମାନଙ୍କୁ ଆବଶ୍ୟକ ଦାନା ପ୍ରଦାନ କରାଯାଉଛି। ୩ଟି ତହସିଲ୍ର ପ୍ରାୟ ୧୨ ଶହ ଚାଷୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଗାଈଗୋରୁଙ୍କ ପାଇଁ ୫୦ଟି ଗୁହାଳ କରାଯାଇଛି। ଏଠାରେ ଚାଷୀ ତଥା ଗାଈଗୋରୁଙ୍କୁ ଦିନରେ ୨ ଥର ମାଗଣାରେ ଖାଇବାକୁ ଦିଆଯାଉଥିବା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବାମ୍ ସୂଚନା ଦେଇଛନ୍ତି।