ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ ଦେଶମୁଖଙ୍କୁ ଏହା ମରୋଣତ୍ତର ଭାବେ ପ୍ରଦାନ କରାଯିବ। ମହାରାଷ୍ଟ୍ରର ହିଙ୍ଗୋଲିରେ ୧୧ ଅକ୍ଟୋବର ୧୯୧୬ରେ ଜନ୍ମ ନେଇଥିବା ନାନାଜୀ ଉତ୍ତର ପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ୧୯୭୭-୧୯୭୯ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ। ସେହିପରି ୧୯୯୯-୨୦୦୫ ପର୍ଯ୍ୟନ୍ତ ସେ ରାଜ୍ୟସଭାର ମନୋନୀତ ସଭ୍ୟ ଥିଲେ। ଏହା ପୂର୍ବରୁ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୫ରେ ଭାରତ ରତ୍ନ ପାଇଁ ନାମ ତାଲିକା ଘୋଷଣା କରାଯାଇଥିଲା।