‘ମର୍ଦ୍ଦାନି ୨’ ରିଲିଜ ଡିସେମ୍ବର ୧୩

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନି ୨’ ଡିସେମ୍ବର ୧୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ଜଣେ ପୋଲିସ ଅଫିସର ଭାବେ ଶିବାନୀ ରଏ ଭୂମିକାରେ ଅଭିନୟ କରିଛନ୍ତି ରାଣୀ। ଉକ୍ତ ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନି’ର ଦ୍ୱିତୀୟ ସଂସ୍କରଣ। ଏଥିରେ ଗୋପୀ ପୁଥରନ୍‌ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି। ୟଶ ରାଜ ଫିଲ୍ମସ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ମର୍ଦ୍ଦାନି ୨’ର ଅଧିକାଂଶ ଭାଗର ଶୁଟିଂ ଜୟପୁରରେ ଏବଂ ଆଉ କିଛି ଅଂଶ ରାଜସ୍ଥାନର ଅନ୍ୟ ଭାଗରେ ହୋଇଛି। ଶିବାନୀ ଚରିତ୍ରରେ ଥିବା ରାଣୀ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଅଭିନୟ କରିଥିବାବେଳେ ଜଣେ ନିର୍ଦ୍ଦୟ ତଥା ଖଳନାୟିକା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୮ରେ ‘ହିଚ୍‌କି’ ପରେ ରାଣୀଙ୍କର ପରବର୍ତ୍ତୀ ଫିଲ୍ମ ‘ମର୍ଦ୍ଦାନି ୨’ ପରଦାକୁ ଆସିବା ଅପେକ୍ଷା ଅଛି।

Share