Categories: ଜାତୀୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ୍‌ଟି ସନ୍ତୁଳନ ହରାଇ ବିପରୀତ ପାର୍ଶ୍ୱରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଯାତ୍ରୀମାନେ ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ହସ୍ବିଟାଲରେ ଭର୍ତ୍ତି କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share