Categories: ଖେଳ

ମର୍ସିଡିଜ୍‌ ଚଲାଇ ହଠାତ୍‌ ମନ୍ଦିରରେ ପହଞ୍ଚିଲେ ଧୋନୀ

ରାଞ୍ଚି,୨୧।୧:ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ନିଜ ସହ ସହର ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲ ପୂର୍ବରୁ ସେ କ୍ରିକେଟ ଅଭ୍ୟାସ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ନିକଟରେ ସେ ତମାଡସ୍ଥିତ ଦେଓଡି ବନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ହଠାତ୍‌ ଧୋନୀଙ୍କୁ ମନ୍ଦିରରେ ଦେଖି ଲୋକଙ୍କ ଭିଡ ଜମିଥିଲା। ଧୋନୀଙ୍କ ସହ ପ୍ରାଶଂସକମାନେ ସେଲ୍‌ଫି ମଧ୍ୟ ନେଇଥିଲେ। ପୂର୍ବରୁ ଅନେକଥର ସେ ଦେଓଡି ମନ୍ଦିର ନିଜ ହମର ଗାଡିରେ ଆସୁଥିବାବେଳେ ଏଥର ସେ ମର୍ସିଡିଜ୍‌ ଚଲାଇ ମନ୍ଦିରରେ ପହଞ୍ଚିଥିଲେ। ଧୋନୀ ଯେବେ ବି ରାଞ୍ଚିରେ ରୁହନ୍ତି ସେବେ ସେ ଦେଓଡି ମନ୍ଦିର ମଥା ଟେକିବା ପାଇଁ ଆସିଥାନ୍ତି। ସୂଚନାଯୋଗ୍ୟ, ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ତାଙ୍କ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ୍‌ ଦିଆଯାଇଥିଲା।

Share