‘ମଲଙ୍ଗ’ ଟ୍ରେଲରକୁ ଦେଖି ସଲମାନ କହିଲେ ‘ଝକାସ୍‌’

ମୁମ୍ବାଇ: ଗତ ସପ୍ତାହରେ ଫିଲ୍ମ ‘ମଲଙ୍ଗ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଅନୀଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ କୃନାଲ ଖେମୁଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏହି ଟ୍ରେଲରକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମର ରିଲିଜ୍‌କୁ ନେଇ ବେଶ୍‌ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି ଟ୍ରେଲରର ପ୍ରଶଂସା କେବଳ ପ୍ରଂଶସକ ନୁହଁନ୍ତି ବଲିଉଡ୍‌ ସେଲିବ୍ରିଟି ମଧ୍ୟ କରିଛନ୍ତି। ସେଲିବ୍ରିଟିଙ୍କ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ନାଁ ମଧ୍ୟ ରହିଛି। ସଲମାନ ମଲଙ୍ଗର ଟ୍ରେଲରକୁ ନିଜ ଅଫିସିଆଲ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘ଉଇ ମା..ଝକାସ୍‌ ଟ୍ରେଲର’। ସୂଚନା ମୁତାବକ ସଲମାନ ଓ ଅନୀଲ କପୁର ଦୁହେଁ ଭଲ ବନ୍ଧୁ। ଆଉ ଝକାସ୍‌ ଅନୀଲଙ୍କ ସିଗ୍‌ନେଚର ଡାଇଲଗ୍‌ ବୋଲି କୁହାଯାଏ। ଏଥିରେ ମୋହିତ ସୁରି ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ଏହା ଫେବୃୟାରୀ ୭ରେ ପରଦାକୁ ଆସିବ।

Share