ମଲାଇକାଙ୍କୁ ବୁଢି ବୋଲି କହିଲେ…

ମୁମ୍ବାଇ: ବଲିଉଡ୍‌ ଆଇଟମ୍‌ କୁଇନ୍‌ ମଲାଇକା ଆରୋରା ଖାଁ ଏବେ ତାଙ୍କ ରିଲେସନଶିପକୁ ନେଇ ବେଶ୍‌ ଚର୍ଚ୍ଚିତ। ତାଙ୍କଠାରୁ ବୟସରେ ସାନ ବଲିଉଡ୍‌ ନାୟକ ଅର୍ଜୁନ କପୁରଙ୍କ ସହ ରିଲେସନଶିପ ଓ ବିବାହକୁ ନେଇ ଚାଲିଛି ଚର୍ଚ୍ଚା। ହେଲେ ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଟ୍ରୋଲ୍‌ ହୋଇଛନ୍ତି। ଉକ୍ତ ଭିଡିଓରେ ମଲାଇକା କେତେଜଣ ଛୋଟ ଛୋଟ ପିଲାଙ୍କ କାନ୍ଧରେ ହାତ ରଖି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ହେଲେ ଫଟୋ ଉଠା ସରିଛିକି ନା ମଲାଇକା ହଠାତ୍‌ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ଭିତରକୁ ଚାଲି ଯାଉଛନ୍ତି। ଏମିତିକି ପିଲାମାନେ ତାଙ୍କୁ ବାୟ ବୋଲି କହିବା ପରେ ମଧ୍ୟ ସେ ଏହାର କିଛି ଉତ୍ତର ଦେଉ ନଥିବା ଦେଖାଯାଇଛି। ମଲାଇକାଙ୍କର ଏଭଳି ବ୍ୟବହାରକୁ ନେଇ ସେ ପରେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଜଣେ ୟୁଜର କହିଛନ୍ତି ସେ କେବଳ ଫଟୋଗ୍ରାଫରଙ୍କୁ ପୋଜ୍‌ ଦେବାକୁ ଠିଆ ହୋଇଥିଲେ ପିଲାମାନଙ୍କ ପାଇଁ ନୁହେଁ। ତେଣୁ ଏଭଳି ନାୟିକାଙ୍କୁ କାହିଁକି ଯେ ଦର୍ଶକେ ପସନ୍ଦ କରନ୍ତି ତାହା ବୁଝାପଡେ ନାହିଁ। ଆଉ ଜଣେ ଦର୍ଶକ ଲେଖିଛନ୍ତି ଏହି ବୁଢି ବେଶ୍‌ ମତଲବି।

Share