ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌: ନ୍ୟୁ ଇୟର ସେଲିବ୍ରେଶନ

ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍‌କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ ପୂର୍ବେ ଅର୍ଜୁନ ନିଜ ଜନ୍ମଦିନ ଅବସରରେ ମଲାଇକାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସୋସିଆଲ ମିଡିଆରେ ସାର୍ବଜନୀନ କରିଥିଲେ। ଏହାପରେ ଫ୍ୟାନ୍‌ମାନେ ଉଭୟ ଲଭ୍‌-ବାର୍ଡ ବୋଲି ନିଶ୍ଚିତ ହୋଇଯାଇଥିଲେ। ଏବେ ଏହି କପଲ୍‌ ଗୋଆରେ ନିଜ ଆତ୍ମୀୟଙ୍କ ଗହଣରେ ନୂଆବର୍ଷ ସେଲିକବ୍ରେଶନରେ ବ୍ୟସ୍ତ ଅଛନ୍ତି।
ଫିଟ୍‌ନେସ୍‌ ଫ୍ରିକ୍‌ ମଲାଇକା ଅରୋରା ଗୋଆରେ ନିଜ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ନୂଆବର୍ଷ ଅବସରକୁ ମନଭରି ଉପଭୋଗ କରୁଛନ୍ତି। ଏହି ଅବସରରେ ନିଜର କିଛି ସ୍ବତନ୍ତ୍ର ମୁହୂର୍ତ୍ତକୁ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି। ମଲାଇକା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଅର୍ଜୁନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଅର୍ଜୁନଙ୍କୁ କିସ୍‌ ଦେଉଥିବା ଦେଖିବାକୁ ମିଳିଛି। ଏହାସହ ସେ କ୍ୟାପ୍‌ଶନରେ ଲେଖିଛନ୍ତି, “ସନ୍‌, ଷ୍ଟାର୍‌, ଲାଇଟ୍‌, ହାପିନେସ୍‌….୨୦୨୦”
ମଲାଇକା-ଅର୍ଜୁନଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଅନେକ ରେସ୍‌ପନ୍ସ ମିଳୁଛି। ଫ୍ୟାନ୍‌ ଓ ୟୁଜରମାନେ ସେମାନଙ୍କ ରୋମାଣ୍ଟିକ୍‌ ଅନ୍ଦାଜ୍‌କୁ ପସନ୍ଦ କରୁଛନ୍ତି। ତେବେ ସବୁଠାରୁ ମଜାଦାର କଥା ହେଲା ଏହି ଫଟୋରେ ଅର୍ଜୁନଙ୍କ ଆଣ୍ଟି ତଥା ସଞ୍ଜୟ କପୁରଙ୍କ ପତ୍ନୀ ମାହୀପ କପୁର ମଧ୍ୟ କମେଣ୍ଟ ଦେଇଛନ୍ତି। ଏହାଛଡ଼ା ମଲାଇକା ବନ୍ଧୁ ଓ ଆତ୍ମୀୟଙ୍କ ଗହଣରେ ଥାଇ ଆଉ ଏକ ଫଟୋ ଶେୟାର କରିଛନ୍ତି ଏବଂ ସମସ୍ତଙ୍କୁ “ହାପି ନ୍ୟୁ ଇୟର” ଲେଖି ଶୁଭେଚ୍ଛା ଜଣାଇଛନ୍ତି।

Share