ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ କାହାକୁ ଅଚ୍ଛପା ନାହିଁ। ମଲାଇକାଙ୍କ ସହ ଅର୍ଜୁନ ହସଖୁସିର ସମୟ କାଟୁଥିବା ବେଳେ ବିବାହ କରିବେ ବୋଲି ଏକପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ତାଙ୍କ ‘ବ୍ଲାଇଣ୍ଡ୍ ଡେଟ୍’ ସମ୍ପର୍କରେ ସେ ପ୍ରକାଶ କରିଛନ୍ତି। ନେଟିଫ୍ଲିକ୍ସର ଏକ ରିୟଲିଟି ଶୋ’ ‘ହ୍ବାଟ୍ ଦ ଲଭ୍’ ଉଇଥ୍ କରଣ ଜୋହର। ଯେଉଁ ଶୋ’ରେ ପ୍ରେମୀଯୁଗଳ ସଚ୍ଚା ପ୍ରେମ ସମ୍ପର୍କରେ କିଛି ଗୁପ୍ତ କଥା ପ୍ରକାଶ କରିଥାନ୍ତି। ଏହି ଶୋ’ରେ ଅର୍ଜୁନଙ୍କ ସହ ମଲାଇକା ନ ଯାଇ ଆଉ ଜଣେ ପ୍ରତିଯୋଗୀ ଭାଗ ନେଇଥିଲେ। ସେ ହେଉଛନ୍ତି ଆଶୀ ସିଂ।
ଅର୍ଜୁନ ଏବଂ ଆଶୀଙ୍କ ଏହି ଡେଟ୍ ଖୁବ୍ ଆନନ୍ଦଦାୟକ ଥିଲା। ଦୁଇଜଣ ପିଜାର ମଜା ନେଇ ଢେର ଗପସପ କରିଥିଲେ। ତାଙ୍କ ସହିତ କରଣ ଜୋହର ମଧ୍ୟ ଉପସ୍ଥିତ ଥିଲେ। ଶୋ’ରେ କରଣ ଆଶୀଙ୍କୁ ପଚାରିଥିଲେ କିପରି ପୁଅଙ୍କୁ ତୁମେ ପସନ୍ଦ କର। ସେ କହିଥିଲେ ତାଙ୍କ ପସନ୍ଦର ପୁଅଙ୍କ ସହ ହିଁ ଆସିଛନ୍ତି। ସେହିପରି ପ୍ରଥମ ବ୍ଲାଇଣ୍ଡ୍ ଡେଟ୍ର ଅନୁଭୂତି ସମ୍ପର୍କରେ ପ୍ରଯୋଜକ କରଣଙ୍କ ସହ ଶେୟାର କରି ଅର୍ଜୁନ କହିଛନ୍ତି, ଏହା ମୋର ପ୍ରଥମ ବ୍ଲାଇଣ୍ଡ ଡେଟ୍। ବାସ୍ତବରେ ଏହା ମୋ’ ପାଇଁ ପ୍ରଥମ। ଆଶୀ ବହୁତ ଭଲ ଝିଅ। ଶୋ’କୁ ଆସି ବହୁତ ଭଲ ଲାଗିଲା ବୋଲି ଅର୍ଜୁନ କହିଛନ୍ତି।