Categories: ଜାତୀୟ

ମଲାଡ୍‌ରେ କାନ୍ଥ ତଳେ ଚାପି ହେଲେ ୧୩: ମୃତକଙ୍କ ପାଇଁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ଫଡ଼ାନଭୀସ୍‌

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ ମଲାଡ୍‌ରେ ଏକ ଝୁମ୍ପୁଡି ବସ୍ତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କୁରାର ଗାଁରେ ଏପରି ଘଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଉଥିବା କୁହାଯାଉଛି।

Share