ମଲାଲାଙ୍କ ବାୟୋପିକ୍‌ରେ ରିମ୍‌ ଶେଖ୍‌, ଜାନୁୟାରୀ ୩୧ରେ ହେବ ରିଲିଜ

ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍‌ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍‌ ଶେଖ୍‌। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମକୁ ଅମଜାଦ୍‌ ଖାନ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଅତୁଲ କୁଲକର୍ଣ୍ଣୀ ଏବଂ ଦିବ୍ୟା ଦତ୍ତା ମଲାଲାଙ୍କ ପିତାମାତା ଭୂମିକାରେ ନଜର ଆସିବେ। ଏହାଛଡ଼ା ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ୨୦୧୮ରେ ଏହି ଫିଲ୍ମକୁ ସାଇନ୍‌ କରିଥିଲେ ରିମ୍‌। ହେଲେ ଏହାକୁ ରିଲିଜ ହେବାକୁ ଦୁଇବର୍ଷ ଲାଗିଯାଇଛି। ଜାନୁୟାରୀ ୩୧ରେ ଫିଲ୍ମ ରିଲିଜ କରାଯିବ ବୋଲି କୁହାଯାଉଛି।

ମଲାଲାଙ୍କ ବାୟୋପିକ୍‌କୁ କିନ୍ତୁ ପରଦାରେ ଟକ୍କର ଦେବ ସୈଫ ଅଲ୍ଲୀ ଖାନ୍‌ଙ୍କ ‘ଜବାନୀ ଜାନେମନ୍‌’ଏବଂ ହିମେଶ ରେଶମିଆଙ୍କ ‘ହାପି ହାର୍ଡି ଆଣ୍ଡ ହିର୍‌’। ଫଳରେ ଫିଲ୍ମର ବ୍ୟବସାୟ ବାଧାପ୍ରାପ୍ତ ହୋଇପାରେ ବୋଲି କୁହାଯାଉଛି।

Share