ମଶାଙ୍କ ଜିନ୍‌ରୁ ମ୍ୟାଲେରିଆ ଚିକିତ୍ସା

ଗିଲୋଙ୍ଗ୍‌ ସ୍ଥିତ କମନ୍‌ୱେଲ୍‌ଥ ସାଇଣ୍ଟିିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ଅର୍ଗାନାଇଜେସନ୍‌ର ବୈଜ୍ଞାନିକମାନେ ମଶାଙ୍କ ଶରୀରରେ ବାଗୋ ନାମକ ଏକ ପ୍ରୋଟିନ୍‌ର ସନ୍ଧାନ କରିଛନ୍ତି। ଏହାପୂର୍ବରୁ ମହୁମାଛିଙ୍କ ଶରୀରରେ ଏହି ପ୍ରୋଟିନ୍‌ ମିଳିଥିଲା। ମଶାଙ୍କୁ ଏହି ପ୍ରୋଟିନ୍‌ ସଂକ୍ରମିତ କୋଷିକାଠାରୁ ରକ୍ଷାକରିଥାଏ ଏବଂ ଆକ୍ରମଣକାରୀ ଭାଇରସ୍‌ ବିରୋଧରେ ସତର୍କ କରିଥାଏ। ଫଳରେ ମଶାଙ୍କ ରକ୍ଷାମତ୍କ ପ୍ରଣାଳୀ ସତର୍କ ହୋଇଯାଏ। ମଶାଙ୍କ ଜିନ୍‌ରୁ ଏହି ପ୍ରୋଟିନ୍‌କୁ ନେଇ ଭବିଷ୍ୟତରେ ଟିକା ପ୍ରସ୍ତୁତ କରି ଡେଙ୍ଗୁ ଓ ମ୍ୟାଲେରିଆର ମୂଳତ୍ପାଟନ କରିବାକୁ ଏବେ ବୈଜ୍ଞାନିକମାନେ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱସ୍ତରରେ ପ୍ରତିବର୍ଷ ଡେଙ୍ଗୁ ଯୋଗୁ ପାଞ୍ଚ କୋଟି ପ୍ରଭାବିତ ହେଉଥିବାବେଳେ ତନ୍ମଧ୍ୟରୁ ୨୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ।