Categories: ଜାତୀୟ

ମସଜିଦ୍‌ ନିର୍ମାଣ ପାଇଁ ୫ ସ୍ଥାନ ଚୟନ କଲେ ଯୋଗୀ ସରକାର

ଅଯୋଧ୍ୟା,୩୧।୧୨: ରାମ ମନ୍ଦିର ମାମଲାର ଚୂଡ଼ାନ୍ତ ରାୟରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୫ଟି ସ୍ଥାନ ଚୟନ କରିଛନ୍ତି। ଏସବୁ ସ୍ଥାନ ପଞ୍ଚକୋଶୀ ପରିକ୍ରମା ପରିସର ବାହାରେ ରହିଥିବା କୁହାଯାଉଛି। ଭବିଷ୍ୟତରେ ଯେଭଳି ଆଉ କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥି ପାଇଁ ଏଭଳି କରାଯାଇଛି। ଉତ୍ତରପ୍ରଦେଶ ରାଜ୍ୟ ସରକାର ମସଜିଦ୍‌ ନିର୍ମାଣ ଲାଗି ଅଯୋଧ୍ୟା-ଫୈଜାବାଦ୍‌ ରୋଡ୍‌, ଅଯୋଧ୍ୟା ବସ୍ତି ରୋଡ୍‌, ଅଯୋଧ୍ୟା-ସୁଲତାନ୍‌ପୁର ରୋଡ୍‌, ଅଯୋଧ୍ୟା-ଗୋରଖପୁର ରୋଡ୍‌ ଏବଂ ଜାତୀୟ ରାଜପଥ ଅଞ୍ଚଳ ଆଦି ସ୍ଥାନରେ ଜମି ଚୟନ କରିଛନ୍ତି। ଅନୁମୋଦନ ପାଇଁ ପ୍ରସ୍ତାବିତ ଅଞ୍ଚଳ ତାଲିକାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ସ୍ବୀକୃତି ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟଧାରା ଆରମ୍ଭ ହେବ ବୋଲି କୁହାଯାଉଛି।

Share