ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍‌-‘ସି’, ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍‌ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍‌ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍‌ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ। ବିଭିନ୍ନ ମୁତ୍ର ଜନିତ ସମସ୍ୟା ତଥା ନିଦ୍ରାହୀନତା ରୋଗରେ ଏହା ସୁଫଳ ପ୍ରଦାନ କରିଥାଏ। ସେହିପରି ଏହା ଯକୃତକୁ ସୁସ୍ଥ ରଖେ। ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ।

Share