ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ‘ମସ୍ତିଷ୍କର କାର୍ଯ୍ୟଧାରା ଓ ଭିଟାମିନ୍‌-ଡି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଲଣ୍ଡନ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଗବେଷଣା କରିଥିଲେ। ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ସାମିଲ କଲେ ଏଥିରେ ଥିବା ‘ସେରୋଟୋରିନ୍‌’ ତତ୍ତ୍ୱ ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ସକ୍ରିୟ କରିଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେତେବେଳେ ଏହି ସ୍ତରରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ସେତେବେଳେ ମଣିଷର ସ୍ବଭାବ ଚିଡ଼ିଚିଡ଼ା ହୋଇଥାଏ ବୋଲି ଏଥିରୁ ଜଣାପଡ଼ିଛି।