Categories: ଜାତୀୟ

ମସ୍ତିଷ୍କ ଜ୍ୱର ପ୍ରଭାବିତ ଅଞ୍ଚଳର ଏନ୍‌ଭାରନୋମେଣ୍ଟାଲ ଷ୍ଟଡି ଦରକାର ବୋଲି କହିଲେ ନୀତୀଶ

ପାଟନା,୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କ ମୃତ୍ୟୁ ହେଲାଣି। ଯାହା ଏବେ ନୀତୀଶ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରପୁରର ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଯେଉଁଠି ଏନସେଫାଲଇଟିସ୍‌ ବା ମସ୍ତିଷ୍କ ଜ୍ୱରରେ ପୀଡିତ ପ୍ରାୟ ୮୯ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି। ସେଠାରୁ ଫେରିବା ପରେ ନୀତୀଶ କହିଛନ୍ତି ପ୍ରଭାବିତ ଅଞ୍ଚଳର ଏକ ଏନଭାରନୋମେଣ୍ଟାଲ ଷ୍ଟଡି ଓ ଆନାଲିସିସ୍‌ କରିବା ଆବଶ୍ୟକ। ଯାହା ପରେ ଏହି ରୋଗକୁ ଆୟତ୍ତ କରିବାର ବାଟ ମିଳିପାରେ।

Share